ବାରିପଦା: ମୟୂରଭଞ୍ଜରେ ଦିନିକିଆ ଶତକୀୟ ଟ୍ରେଣ୍ଡ୍ ରୋକ୍ ଲାଗୁନି। ଅଗଷ୍ଟ ୨୫ରେ ପୁଣି ଜିଲ୍ଲାରୁ ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖନୀୟ ବିଷୟ ଏହା ଯେ ଆଜିର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗୃହ ସଙ୍ଗରୋଧରୁ ମାତ୍ର ୬ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୪୧୪ରେ ପହଞ୍ଚିଛି । ଗତ ୫ ଦିନ ମଧ୍ୟରେ ଜିଲ୍ଲାରୁ ୭୬୦ଜଣ ସଂକ୍ରମିତ ହୋଇଛନ୍ତି । ଯାହାକି ଉଦ୍ବେଗର କାରଣ ସାଜିଛି।

Advertisment

ଅଗଷ୍ଟ ୨୫ରେ ସଂକ୍ରମିତଙ୍କ ମଧ୍ୟରେ ୧ରୁ-୧୦ ବର୍ଷ ବୟସ ମଧ୍ୟରେ ୫ ମହିଳା ଓ ୪ ପୁରୁଷ, ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ୪ ମହିଳା ଓ ୧୩ ପୁରୁଷ, ୨୧ରୁ ୩୦ ବର୍ଷ ବୟସ ମଧ୍ୟରେ ୧୩ ମହିଳା ଓ ୨୮ ପୁରୁଷ, ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ୧୧ ମହିଳା ଓ ୧୪ ପୁରୁଷ, ୪୧ରୁ ୫୦ ବର୍ଷ ବୟସ ମଧ୍ୟରେ ୦୮ ମହିଳା ଓ ୧୨ ପୁରୁଷ, ୫୧ରୁ ୬୦ ବର୍ଷ ବୟସ ମଧ୍ୟରେ ୪ ମହିଳା ଓ ୮ ପୁରୁଷ, ୬୧ରୁ ୭୦ ବୟସ ମଧ୍ୟରେ ୫ ପୁରୁଷ , ୭୧ରୁ ୮୦ ମଧ୍ୟରେ ୧ ମହିଳା ଓ ୧ ପୁରୁଷ ଏବଂ ୮୧ରୁ ୮୫ ବୟସ ମଧ୍ୟରେ ୨ ଜଣ ପୁରୁଷ(ବୃଦ୍ଧ) ରହିଥିବାର ଜଣାପଡ଼ିଛି ।

ସେହିପରି ଅଗଷ୍ଟ ୨୫ରେ ଜିଲ୍ଲାରୁ ୭୦ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩୦୭ରେ ପହଞ୍ଚିଛି।  ସକ୍ରିୟଙ୍କ ସଂଖ୍ୟା ୧୧୦୧ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଗତ ପାଞ୍ଚ ଦିନ ମଧ୍ୟରେ ୪ ଦିନ ଶତକୀୟ ଟ୍ରେଣ୍ଡ୍ ରହିଥିବାବେଳେ ଗୋଟିଏ ଦିନ ଡବଲ୍ ସେଞ୍ଚୁରୀ ରହିଛି । ସେହିପରି ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଉଦ୍ବେଗଜନକ ଅବସ୍ଥାକୁ ଆସିଥିବା ପରିଲକ୍ଷିତ ହୋଇଛି। ଏନେଇ ଜନସାଧାରଣ ବ୍ୟାପକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।