ପାଇକସାହି: ଆଠମଲିକ ବ୍ଲକ୍‌ ଠାକୁର ଗଡ଼ ଗ୍ରାମରେ ରବିବାର ରାତିରେ ଏକସଙ୍ଗେ ୩ଜଣଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇ ଥିବା ଅଭିଯୋଗ ହୋଇଛି। ରାତିରେ ପେଟ୍ରେଲିଂ ହେଉ ନଥିବା ହେତୁ ଚୋରି ହେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

Advertisment

ଧଣ୍ଡାତୋପା ଗ୍ରାମର ବିନୋଦ ମିଶ୍ରଙ୍କ ଘରୁ ୧୨ ହଜାର ଟଙ୍କା ସହ ୪ଭରି ସୁନା, ୧୫ ଭରି ରୁପା ଓ ଆସବାବପତ୍ର ଚୋରି କରି ନେଇଥିବା ବିନୋଦଙ୍କ ଭାଇ କୁସୁଦ ମିଶ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବିନୋଦ ଅସୁସ୍ଥ ଥିବା ହେତୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଫଳରେ ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ଘର ଭିତରେ ପଶି ଆଲମାରୀ ଭାଙ୍ଗି ସମସ୍ତ ଅଳଙ୍କାର, ନଗଦ ଟଙ୍କା ସହିତ ଆସବାବ ପତ୍ର ଚୋରି କରି ନେଇଥିଲେ। ସେହିପରି ନିର୍ମଳ ନାୟକ ଓ ତାଙ୍କ ଘରେ ଭଡାରେ ଥିବା ନିରଞ୍ଜନ ଦେହୁରୀଙ୍କ ଘରୁ ୧୨ହଜାର ଟଙ୍କା ସହ ୩ଭରି ସୁନା ଓ ରୂପା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଠାକୁରଗଡ଼ ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସର ନୀରବତାକୁ ନେଇ ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।