ବାଲେଶ୍ୱର: ଆତ୍ମହତ୍ୟା କରିଥିବା ସାଙ୍ଗକୁ ଦେଖିବାକୁ ଯାଇ ଘରକୁ ଫେରି ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସାହୁପଡାରେ ୨ଜଣ ବେକରେ ରଶି ଲଗାଇ ଭିନ୍ନଭିନ୍ନ ଘଟଣାକୁ କେନ୍ଦ୍ର କରି ଆତ୍ମହତ୍ୟା କରିଛନ୍ତି । ମୃତ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନାମ ତ୍ରିଲୋଚନ ସାହୁ  ଓ ଅନ୍ୟ ଜଣଙ୍କ ନାମ କାର୍ତ୍ତିଦାନନ୍ଦ ଜେନା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି କୌଣସି ଘଟଣାକୁ କେନ୍ଦ୍ର କରି ୱେଲ୍‌ଡିଂ ଦୋକାନରେ ତ୍ରିଲୋଚନ ସାହୁ ଆତ୍ମହତ୍ୟା କରିଥିଲେ। ତେବେ ତ୍ରିଲୋଚନ କାହିଁକି ଆତ୍ମହତ୍ୟା କରିଥିଲେ ତାହା ସ୍ପଷ୍ଟ ହୋଇ ପାରି ନ ଥିଲା।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସାଙ୍ଗ ତ୍ରିଲୋଚନଙ୍କ ଆତ୍ମହତ୍ୟା ଖବର ଶୁଣି କାର୍ତ୍ତିଦାନନ୍ଦ ଜେନା ତାଙ୍କୁ ଦେଖିବାକୁ ଯାଇଥିଲେ। ତ୍ରିଲୋଚନକୁ ଦେଖି ଘରକୁ ଫେରିବା ପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲୁଗାମାରା ଓ ଲୁଗା ବଦଳକୁ ନେଇ ପଟିତୁଣ୍ଡ ହୋଇଥିଲା ।

ଏହାକୁ କେନ୍ଦ୍ର କରି କୀର୍ତ୍ତିଦାନନ୍ଦ ଜେନା ଆତ୍ମହତ୍ୟା କରିଥିଲେ। ତେବେ ଗୋଟିଏ ଦିନରେ ଗୋଟିଏ ଗାଁରେ ୨ ଜଣଙ୍କ ଆତ୍ମହତ୍ୟା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର