ଡିଭାଇଡରେ ପିଟିଲେ ବାଇକ୍‌, ଜଣେ ଛାତ୍ର ମୃତ, ୩ ଆହତ

ରାଉରକେଲା: ଡିଭାଇଡରକୁ ଶକ୍ତ ଧକ୍କା ଦେବାରୁ ଶୁକ୍ରବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଛାତ୍ରଙ୍କୁ ଆହତ ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ନୀଳଶୈଳ କଲେଜର ଯୁକ୍ତ ୨ର ୪ ଜଣ ଛାତ୍ର ଏକ ବାଇକ୍‌ରେ ଯାଉଥିଲେ। ଝାରବେଡ଼ାର ଛାତ୍ରମାନଙ୍କର ବାଇକ୍‌ ହିଲଟପ୍‌ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଛାତ୍ରମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅରବିନ୍ଦ ସିନ୍ଦୁରଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଆଇଜିଏଚ୍‌ରେ ମଞ୍ଜିତ ସିନ୍ଦୁର, ଆରଜିଏଚ୍‌ରେ ପ୍ରକାଶ ବାଗଙ୍କୁ ଭର୍ତ୍ତି କରାଯାଇଛି। ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର