ସୁନ୍ଦରଗଡ଼: ବଜ୍ରପାତରେ ଜଣେ ବାଳକ ମୃତ, ୩ ଗୁରୁତର

ସୁନ୍ଦରଗଡ଼: ବଜ୍ରପାତରେ ଆଜି ଜଣେ ବାଳକ ପ୍ରାଣ ହରାଇଛି। ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ସାଲେପାଲି ଦେଉରାପଡ଼ା ଗାଁର ଅରବିନ୍ଦ ନାଏକ (୧୭)ଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଅରବିନ୍ଦ ଆଜି ଅପରାହ୍ନ ପ୍ରାୟ ୩ଟାରେ ନିଜର ଅନ୍ୟ ୩ ଜଣ ସାଙ୍ଗମାନଙ୍କ ସହିତ ଆମଲିପାଲି ଅଂଚଳକୁ ବୁଲିବାକୁ ଯାଇଥିଲା। ବାଏପାସ ନିକଟରେ ଚାରି ଜଣ ସାଙ୍ଗ ଛିଡ଼ା ହୋଇଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ୪ ଜଣ ସାଙ୍ଗ ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା ଏବଂ ଅରବିନ୍ଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ୩ ଜଣ ବାଳକଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ବୁର୍ଲା ହସ୍ପିଟାଲ ନିଆଯାଇଛି।

ସୂଚନାଯୋଗ୍ୟ, ଅରବିନ୍ଦ ନିକଟରେ ପ୍ରକାଶିତ ଦଶମ ପରୀକ୍ଷାରେ ପାସ କରିଥିଲା। ସେ ଥିଲା ପିତା-ମାତଙ୍କର ଏକମାତ୍ର ସନ୍ତାନ। ଅରବିନ୍ଦର ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର