ହରିପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ନରସିଂହପୁର ଗ୍ରାମରେ ଗୋଟିଏ ଚାରିତାଲା କୋଠାରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୌରଶ୍ୟାମପାଟଣାର ବାବୁଲି ସାହୁ (୫୮)। ନରସିଂହପୁର ଉଚ୍ଚବିଦ୍ୟାଳୟ ପାଖରେ ଥିବା ଏକ ଚାରିତାଲା କୋଠାରେ ଆଜି ପୂର୍ବାହ୍ନରେ କାମ ଚାଲିଥିବା ବେଳେ କୌଣସି କାରଣରୁ ବାବୁଲି ତଳକୁ ଖସି ପଡ଼ିଥିଲେ। କିଛି ସମୟ ପରେ ତଳେ ପଡ଼ିଥିବା ଅବସ୍ଥାରେ ତାଙ୍କୁ ଅନ୍ୟ ଶ୍ରମିକମାନେ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତରେ ତାଙ୍କୁ ଯାଜପୁର ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ କରାଇଥିଲେ।
ଛାତରୁ ଖସି ଶ୍ରମିକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)