କୋରେଇ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଥିବା ସାହୁ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ୧୨ ଚକିଆ ଟ୍ରକ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିନଥିବା ବେଳେ ପାଣିକୋଇଲି ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।
ଆଜି ସନ୍ଧ୍ୟାରେ ପାଣିକୋଇଲି ଆଡୁ ଏକ ଟ୍ରକ (ଓଡି ୦୪ ଏନ୍ ୨୧୯୫) ଭୁଲ ରାସ୍ତାରେ ଯାଜପୁର ଆଡକୁ ଆସୁଥିବା ବେଳେ ଯାଜପୁରରୋଡ୍ ପଟୁ ଏକ ସ୍କୁଟର (ଓଡି ୩୪ ୦୦୮୨)ରେ ୩ ଜଣ ଆରୋହୀ ପାଣିକୋଇଲି ଯାଉଥିଲେ। ଏହି ସମୟରେ ଅନ୍ୟ ଏକ ଟ୍ରକ ଆସିବାରୁ ୧୨ ଚକିଆ ଟ୍ରକ ଚାଳକ ଭାରସାମ୍ୟ ହରାଇ ରାସ୍ତାର ଅନ୍ୟପଟକୁ ଚଢ଼ିଯାଇ ଓଲଟି ପଡ଼ିଥିଲା। ସ୍କୁଟି ଆରୋହୀମାନେ ଟ୍ରକ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପାଣିକୋଇଲି ପୁଲିସ୍ ଆହତଙ୍କୁ ଉଦ୍ଧାର କରି ଯାଜପୁର ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/a9642dc3-c8b9-4bbd-a61d-759129c7bae3.jpg)