ହକି ଖେଳି ଘରକୁ ଫେରୁଥୁବା ବେଳେ ପଛରୁ ପିଟିଲା ବାଇକ୍‌, ଜଣେ ମୃତ, ୩ ଗୁରୁତର

ରିଆମାଳ: ସମସ୍ତେ ସାଙ୍ଗ ହୋଇ ହକି ଖେଳିଲେ। ଖେଳି ସାରିବା ପରେ ସାଙ୍ଗ ହୋଇ ଘରକୁ ଫେରୁଥିଲେ। ହେଲେ ଜଣେ ବାଇକ୍‌ ଆରୋହୀଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ରିଆମାଳ ଥାନା ଅନ୍ତର୍ଗତ ଚିଙ୍ଗୁଡିଝରଣ ଗ୍ରାମରେ। ମୃତକ ହେଲେ ଆଦାମ ଡାଙ୍ଗ (୧୬)।

ସୂଚନା ଅନୁଯାୟୀ ଏହି ଗ୍ରାମର ୧୫ ଜଣ ଯୁବକ ହକି ଖେଳିବାକୁ ସବୁଦିନ ପରି ନିକଟସ୍ଥ କୀର୍ତ୍ତନପାଲି ପଡ଼ିଆକୁ ଯାଇଥିଲେ। ଖେଳି ସାରି ଘରକୁ ଚାଲି ଚାଲି ଫେରୁଥିଲେ। ଦେବଗଡ଼ -ଅନୁଗୁଳ ୫୩ ନମ୍ବର ଜାତୀୟ ରାଜପଥର ବାଲିନାଳ ପୋଲଠାରେ ଜଣେ ବାଇକ ଆରୋହୀଙ୍କ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଦାମଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁଜୁରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ପ୍ରତାପ ହୋସର ଓ କାଳିଆ ହୋସ ମଧ୍ୟ ଆହତ ହୋଇଥିଲେ। ଅନ୍ୟ ସାଥୀ ଖେଳାଳିମାନେ ଆମ୍ବୁଲାନ୍‌ସ ଯୋଗେ ସମସ୍ତଙ୍କୁ ନିକଟସ୍ଥ ଛତାବର ମେଡିକାଲି ନେଇଥିଲେ। ସେଠାରେ ଡାକ୍ତର ଆଦାମକୁ ମୃତ ଘୋଷଣା କରିଥିଲେ। ବାଇକ ଆରୋହୀ ଜଣକ ଖଣ୍ଡାଧୂଆଁ ଗ୍ରାମର ଟଙ୍କଧର ପ୍ରଧାନଙ୍କ ପୁଅ ସୁଶାନ୍ତ ବୋଲି ଜଣାପଡ଼ିଛି। ସେ ତାଙ୍କ ବାଇକ୍‌ (ଓଆର-୨୩ଡି-୪୨୬୯)ରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟାଇଥିଲଶ। ଏଥିରେ ସୁଶାନ୍ତ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ତେବେ ସେ ନିଶାସକ୍ତ ଥିବା ସ୍ଥାନୀୟ ଲୋକ କହିଛନ୍ତି। ଘଟଣାସ୍ଥଳରୁ ତା ନିକଟରୁ ମଦ ବୋତଲ ବାହାରିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଖବର ପାଇ ପୁଲିସ ଘଯଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ୍‌ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର