ସେମିଲିଗୁଡା: କୋରାପୁଟ ଜିଲ୍ଲା ସେମିଲିଗୁଡା ଥାନା ଅନ୍ତର୍ଗତ ଖରାଗୁଡା ଛକ ଠାରେ ଏକ କାର ଓ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ୫ଟା ସମୟରେ ସେମିଲିଗୁଡାରୁ ଯାତ୍ରୀ ନେଇ ନନ୍ଦପୁର ଆଡେ ଯାଉଥିବା ଏକ ଅଟୋ ସହ ବିପରୀତ ଦିଗରୁ ଆସୁଥିବା ଏକ କ୍ରେଟା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ଏଥିରେ ବସିଥିବା ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମିଲିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା। କିନ୍ତୁ ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା କିନ୍ତୁ ସେଥି ମଧ୍ୟରୁ ଖମରା ଗାଁର ଧନିଆ ଖରା(୪୫)ଙ୍କର ରାସ୍ତାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।
କାର-ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୫ ଗୁରୁତର
/sambad/media/post_attachments/wp-content/uploads/2021/09/kpt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)