୨୬ ନମ୍ବର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା: ଶଳା ମୃତ, ଜ୍ୱାଇଁ ଗୁରୁତର

ମଇଦଲପୁର: ନବରଙ୍ଗପୁର ଜିଲ୍ଲା ମଇଦଲପୁର ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଶଳାର ମୃତ୍ୟୁ ହୋଇଥିବା ବେଳେ ଜ୍ୱାଇଁ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମଇଦଲପୁର ଗ୍ରାମର ଉତ୍ସବ ବେହେରା(୩୨) ଓ ଜ୍ୱାଇଁ ଗୋପିଗୁଡା ଗ୍ରାମର ସୁଶିଳ ଗୌଡ(୩୫) ଏକ ବାଇକ (ଓଡି-୨୪-ସି-୮୭୯୯)ରେ ଗୋପିଗୁଡା ଗ୍ରାମକୁ ତୁରୁଞ୍ଜା ମାଛ ଆଣିବା ପାଇଁ ଯାଉଥିଲେ। ସେମାନେ ଭାରସାମ୍ୟ ହରାଇ ମଇଦଲପୁର ଠାକୁରାଣୀ ମନ୍ଦିର ନିକଟରେ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଲୁହାବାଡକୁ ପିଟିଥିଲେ। ଫଳରେ ବାଇକ ପ୍ରାୟ ୫୦ ମିଟର ଦୂରରେ ଛିଟିକି ପଡିଥିଲା। ଉଭୟ ଯୁବକ ରାସ୍ତା କଡରେ ଛିଟିକି ହୋଇ ପଡିଥିଲେ।

ଖବର ପାଇ ଘଟଣାସ୍ଥଳରେ ଆଇଆରବି ଯବାନ ଓ ତୁମର୍ଲା ଫାଣ୍ଡି ଅଧିକାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଉତ୍ସବର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୁଶିଳ ଗୌଡର ଗୋଡ ଓ ପିଠିକୁ ଗଭୀର ଆଘାଲ ଲାଗିଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର