ରାୟଗଡା: ରାୟଗଡା ଜିଲ୍ଲା ସିଙ୍ଗାପୁର ରୋଡ଼ରୁ ଥେରୁବାଲି ଯିବା ନିମନ୍ତେ ନାଗାବଳୀ ନଦୀ ଉପରେ ରେଳପଥ ନିର୍ମାଣ ସମୟରେ ଅଘଟଣ। ସିମେଣ୍ଟ କଂକ୍ରିଟ ମିଲର ଗାଡି ଓଲଟି ଜଣେ ମୃତ ଏବଂ ଜଣେ ଗୁରୁତର। ଗୁରୁତରକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ମୃତକ ଅନିଲ ହିକକାଙ୍କ ଘର କଲ୍ୟାଣସିଂହପୁର ବ୍ଲକ ପଙ୍ଗଲି ଗାଁ ଏବଂ ଗୁରୁତର ମୁନା ପେରିଶିକାଙ୍କ ଘର କୋଲନରା ବ୍ଲକ ଗାଡ଼ିସେସଖାଲ ପଞ୍ଚାୟତର ବିନିଶିପୁରୁ ଗାଁ ବୋଲି ଜଣା ପଡ଼ିଛି।
ସୂଚନା ଅନୁସାରେ ଅନିଲ ଓ ମୁନାଦୀର୍ଘ ଦିନ ହେବ ବ୍ରିଜ ନିର୍ମାଣ କାର୍ଯ୍ୟରେ ଶ୍ରମିକ ରୂପେ କାମ କରିଆସୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ତଳେ କଂକ୍ରିଟ ମିକ୍ସି କରି ପୋଲ ଉପରକୁ ମିଲର ଗାଡି ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡିରେ ବସିଥିବା ଦୁଇ ଶ୍ରମିକଙ୍କ ମଧ୍ୟରୁ ଅନିଲ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗାଡିରୁ ଡେଇଁ ଗୁରୁତର ହୋଇଥିଲେ। ଘର କଲ୍ୟାଣସିଂହପୁର ବ୍ଲକ୍ ପଙ୍ଗେଲି ଗାଁରେ। ଗୁରୁତର ଆହତ ହେଉଛନ୍ତି ମୁନା ପେରିଶିକା ତାଙ୍କ ଘର କୋଲନରା ବ୍ଲକ ଗାଡ଼ିସେସଖାଲ ପଞ୍ଚାୟତ ବିନିଶିପୁରୁ ଗାଁ।ମୁନାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି ସେ ରାୟଗଡ଼ା ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।କ୍ଷତିପୂରଣ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ଗତକାଲି ରାତି ଠାରୁ ଆଜି ଦିନ ଦ୍ବିପହର ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ପରେ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Rgda-cement-mixture-machine-accident-1-dead-2.jpg)