ସ୍କୁଟିରେ ଘରକୁ ଫେରୁଥିଲେ ଦୁଇ ଭଉଣୀ: ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଆହତ

ଠାକୁରଗଡ଼: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସର୍ମୁଣ୍ଡା ଗ୍ରାମପଞ୍ଚାୟତ ନବଦିପପୁର ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ହାଇୱା ଟ୍ରକ୍‌ ତଳେ ଚାପି ହୋଇ କିଶୋର ନଗର ଥାନା ବାଟିମୁଣ୍ଡା ଗ୍ରାମର ପ୍ରୀତି ସୁମନ ନାୟକ(୧୯) ନାମକ ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁମନ ନାୟକ ନିଜର ଭଉଣୀ ସହିତ କୌଣସି କାର୍ଯ୍ୟରେ ଠାକୁରଗଡ଼ ଅଞ୍ଚଳକୁ ଆସି ନିଜଘର ବାଟିମୁଣ୍ଡାକୁ ଫେରୁଥିବା ସମୟରେ ନବଦିପପୁର ବନ୍ଧ ନିକଟରେ ଏକ ହାଇୱେ ଟ୍ରକ୍‌କୁ (ଓଆର୧୯ଜେ-୩୮୨୧) ଅତିକ୍ରମ କରିବା ସମୟରେ ସ୍କୁଟି ଚାଳକ (ଓଡ଼ି୧୯ଟି-୬୫୬୧) ଭାରସାମ୍ୟ ହରାଇ ମଝି ଚକତଲେ ଖସି ପଡ଼ିବାରୁ ଚକତଳେ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବଡ଼ ଭଉଣୀ ଅମ୍ରିତା ନାୟକ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଠାକୁରଗଡ଼ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍‌ସ ଯୋଗେ ଆଠମଲ୍ଲିକ ଡାକ୍ତରଖାନା ପଠାଇବା ସହ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର