ରାଉରକେଲା: ଛେଣ୍ଡ କଲୋନିର ବାଗବୁଡ଼ିବସ୍ତି ନିକଟରେ ନିର୍ମାଣାଧୀନ ଥିବା ସପିଂ ମଲ୍ ‘ପ୍ଲୁଟୋ ପ୍ଲାଜ଼ା’ର ତିନି ମହଲା ଛାତରୁ ପଡ଼ି ଆଜି ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ଚୌଧୁରୀ। ଆହତ ବ୍ୟକ୍ତିଙ୍କ ନାଁ ପ୍ରତାପ ମହାନ୍ତି। ଏହି ଦୁର୍ଘଟଣା ପରେ ଉତ୍ତେଜନା ଦେଖାଯାଇଛି।
ସୂଚନା ଅନୁସାରେ ଆଜି ସକାଳୁ ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତଳୁ ବାଲିବସ୍ତା କାମଚଳା ଲିଫ୍ଟ ଯୋଗେ ଉପରକୁ ଉଠାଯାଉଥିବା ବେଳେ ଦଉଡି ଛିଣ୍ଡିଯିବାରୁ ଉପରେ ଥିବା ଶମ୍ଭୁ ଚୌଧୁରୀ ନାମକ ଶ୍ରମିକ ତଳକୁ ଖସିପିଡ଼ି ପ୍ରାଣ ହରାଇଥିବା ବେଳେ ତଳେ ଥିବା ଶ୍ରମିକ ପ୍ରତାପ ମହାନ୍ତିଙ୍କ ଉପରେ ବାଲିବସ୍ତା ସହ ଲିଫ୍ଟର ବକେଟ ଖସି ପଡିବାରୁ ଅଣ୍ଟା ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଯୋଗୁଁ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ନିର୍ମାଣାଧୀନ ମଲରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୁରକ୍ଷା ବ୍ୟବସ୍ଥା ଉପରେ ସେମାନେ ପ୍ରଶ୍ନ ଉଠାଇ ଦୁର୍ଘଟଣାସ୍ଥଳରୁ ପ୍ରମାଣ ଲୁଚାଇବାକୁ ପଡିଥିବା ରକ୍ତ ଓ ଅନ୍ୟାନ୍ୟ ସାମଗ୍ରୀ ମାଲିକଙ୍କ ଇସାରାରେ ହଟାଇ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ମଲ୍ର ମାଲିକ ଏକ ବିଏମ୍ଡବ୍ଲ୍ୟୁରେ ଚମ୍ପଟ ମାରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Capture-3.jpg)