ପୁରୁଣାକଟକ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥସ୍ଥିତ ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାର୍କେଟ ଅଂଚଳରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପୁରୁଣାକଟକ ଅଂଚଳର ପ୍ରତାପ ମଲ୍ଲିକ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ସିଦ୍ଧାନ୍ତ ବେହେରା (୧୯) ନାମକ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
/sambad/media/post_attachments/wp-content/uploads/2020/10/f607e0f6-1aec-4fc1-b2be-af4334076fd7-1024x768.jpg)
ସୂଚନା ଅନୁସାରେ ରବିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ସିଦ୍ଧାନ୍ତ ଓ ପ୍ରତାପ ଏକ ପଲସର ବାଇକରେ ଜାତୀୟ ରାଜପଥରେ ଯାଉଥିବା ବେଳେ ସାମନାରେ ଯାଉଥିବା ଅନ୍ୟ ଏକ ବୁଲେଟ ବାଇକକୁ ଦ୍ରୁତଗତିରେ ଅଭରଟେକ(ଅତିକ୍ରମ) କରୁଥିଲେ। ଏହି ସମୟରେ ଏକ ଦୋକାନ ସମ୍ମୁଖରେ ଥିବା ହୋର୍ଡିଙ୍ଗ ଖମ୍ବରେ ଧକ୍କା ହୋଇ ଗୁରୁତର ହୋଇଥିଲେ। ଉଭୟଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ସୁବ୍ରତ ପ୍ରଧାନ ପ୍ରତାପଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେସିଦ୍ଧାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bfa598e4-2558-4242-9508-acc781ee7db3.jpg)