ଯାଜପୁର: ବିଂଝାରପୁର ଥାନା କପିଳା ଛକ ନିକଟରେ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ହୋଲି ଖେଳି ସାଙ୍ଗମାନଙ୍କ ସହ ବାଇକ୍ରେ ଦ୍ରୁତଗତିରେ ଯାଉଥିଲା ବେଳେ ଗଛରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ପ୍ରୀତିପୁର ଅଂଚଳର ଚନ୍ଦନ ଦାସ। ଆହତ ଦୁଇ ଜଣ ହେଲେ ଧନେଶ୍ଵର ବେହେରା ଓ ଦିବ୍ୟଜ୍ୟୋତି ମହାନ୍ତି। ଆହତ ଦ୍ବୟ କଟକ ସ୍ଥାନାନ୍ତରିତ କରାଯାଉଛି।
ସେହିପରି ହୋଲି ଖେଳି ସାରି ବୁହାଳ ଗାଁର ରାଜକୁମାର ସେନାପତି ଅନ୍ୟମାନଙ୍କ ସହିତ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ନାଗାମଠ ନିକଟ ଦେଇ ପ୍ରବାହିତ ଲୁଣାନଦୀରେ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କୁ ଜଳର ସ୍ରୋତ ଭସାଇ ନେଇଥିଲା। ଅନ୍ୟମାନେ ଅଗ୍ନିଶମ ବିଭାଗକୁ ନିଖୋଜ ଯୁବକ ସଂପର୍କରେ ସୂଚନା ଦେଇଥିଲେ।
ହୋଲି ଖେଳକୁ ନେଇ ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ କନ୍ଧପାଲିପଡ଼ା ଗାଁରୁ ଏକ ଅଭାବନୀୟ ଖବର ଆସିଛି। ପୋଖରୀରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସଂପୃକ୍ତ ଯୁବକ ହୋଲି ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ମିଳି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/36ff6536-2af1-4938-b17c-a792b92b7930.jpg)