ବରଯାତ୍ରୀ ଗାଡ଼ି ଓଲଟିଲା; ଜଣେ ମୃତ, ୬ ଗୁରୁତର

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଗଙ୍ଗରପଡ଼ା ଛକ ବୁଲାଣିଠାରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ତୁମୁଡ଼ା ଗାଁର ପୁନା ପରାଭୁଏ (୫୦ବର୍ଷ) ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ତୁମୁଡ଼ା ଗାଁରୁ ବଙ୍ଗୋମୁଣ୍ଡା ଥାନା ବାହାଡୁକି ଗାଁକୁ ପିକ୍‌ଅପ୍‌ ଭ୍ୟାନ୍‌ (ସିଜି ୧୧ ଏବି ୧୦୮୩)ରେ ବରଯାତ୍ରୀ ଦଳ ଆସୁଥିଲେ। ଗଙ୍ଗରପଡ଼ା ଛକ ବୁଲାଣି ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ପୁନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଫଗୁଣ ପରାଭୁଏ(୫୦ବର୍ଷ), ପୂର୍ଣ୍ଣ ପରାଭୁଏ(୨୦ବର୍ଷ), ଜଗଦୀଶ ପରାଭୁଏ(୩୦ବର୍ଷ), ଗଣେଶ ପରାଭୁଏ(୫୫ବର୍ଷ), ଅଞ୍ଜଳି ପରାଭୁଏ(୧୨ବର୍ଷ) ଓ ଶମ୍ଭୁ ପରାଭୁଏ(୬୬ବର୍ଷ) ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯାଇଥିଲା। କଣ୍ଟାବାଞ୍ଜି ପୁଲିସ ଡାକ୍ତରଖାନାରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର