ଦୁଇ ବାଇକ ମୁହାଁମୁହିଁ; ଯୁବକ ମୃତ, ୩ ଆହତ

ଲମତାପୁଟ: ଦ୍ରୁତଗାମୀ ବାଇକ୍‌ ଦୁର୍ଘଟଣାର ସାମ୍ନା କରିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲୀ ପଂଚାୟତର ରିଡାଲ ଗ୍ରାମ ନିକଟରେ ଆଜି ପୂର୍ବାହ୍ନ ସମୟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମିହିଁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଜଗନ୍ନାଥ ଖିଲ (୩୦)। ଆହତମାନେ ହେଲେ ବାବୁଲା ହରିଣ (୧୯) ପିଣ୍ଟୁ ଖିଲ ଓ ବିବେକ ମୁଦୁଲି।

ସୂଚନା ଅନୁସାରେ ବାବୁଲା, ପିଣ୍ଟୁ ଓ ଜଗନ୍ନାଥ ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଅନ୍ତର୍ଗତ ଜାଦୁବାପଡ଼ା ଗାଁରୁ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଥାନାର ଅନକାଡେଲି ସାପ୍ତାହିକ ବଜାରକୁ ଆସୁଥିଲେ। ଏମାନେ ରିଡାଲ ଘାଟିରେ ପହଂଚିଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଖଇରପୁଟ ବ୍ଲକର ବାଲିକୁଣ୍ଡକୁ ଯାଉଥିବା ବିବେକ ମୁଦୁଲି, ମେଗି ମୁଦୁଲି ଓ ଅନ୍ୟ ଏକ ଶିଶୁକନ୍ୟାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଗନ୍ନାଥଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷେ ବିବେକ, ବାବୁଲା ଓ ପିଣ୍ଟୁ ଆଘାତ ହୋଇଥିଲେ। ଏମାନଙ୍କୁ ଲମତାପୁଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଂଚିଛି।

 

ସମ୍ବନ୍ଧିତ ଖବର