ପୁରୀ ଅଭିମୁଖେ ଯାଉଥିଲା ବସ୍‌, ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଜଣେ ମୃତ ଓ ୩ ଆହତ

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ପୂରୀ ଯାଉଥିବା ବସ୍‌ଟି ଛିଡ଼ା ହୋଇଥିବା ବେଳେ ପଛରୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସୂଚନା ଅନୁସାରେ ରାତି ୩.୩୦ ମିନିଟ ସମୟରେ ପୂରୀ ଯାଉଥିବା ବସ୍‌ ‘ରାଜଲକ୍ଷ୍ମୀ’ (ଡବ୍ଲୁବି ୨୯ବି ୯୮୮୩)ର ଚକା ପମ୍ପଚର ହେବାରୁ‌ ଡ୍ରାଇଭର ଗାଡ଼ିକୁ ସାଇଟ୍‌ରେ ରଖି ଗାଡିର ଚକ ପରିବର୍ତ୍ତନ କରୁଥିବା ସମୟରେ, ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ଏଣେତେଣେ ବୁଲୁଥିବା ସମୟରେ, ପଛପଟୁ (ଡବ୍ଲୁବି ୨୩ଏଫ ୬୫୭୩) ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଛିଡ଼ା ହୋଇଥିବା ମହିଳା ଜଣକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନି/ଚାରି ଜଣ ଯାତ୍ରୀ ଆହତ ହୋଇଥିଲେ।। ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ୟାମପୁର ଥାନା ଆଇମା ଗୋବର୍ଦ୍ଧନ ଅଞ୍ଚଳର ମମତା ଢ଼ିଙ୍କି (୪୫)। ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଉଭୟ ଟ୍ରକ ଓ ବସ୍‌କୁ ଜବତ ସହିତ ଉଭୟ ଡ଼୍ରାଇଭରଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର