ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୨ ଗୁରୁତର

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଗୋରୁମହିଷାଣୀ ମୁଖ୍ୟ ରାସ୍ତାର ରାଖାସାହି ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ଗୁରୁତର ଆହତ ହୋଇଥିଲେ । ତିନିଜଣଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଁଳାଡୁବା ଗ୍ରାମର ଅଜିତ ବର୍ମାଙ୍କ ପୁଅ ବିକି ବର୍ମା(୩୬)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପି ଆର୍ ଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଗୁରୁତର ବାରିପଡାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତାଙ୍କ ଘର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମରେ । ସୂଚନାଯୋଗ୍ୟ ଯେ ବିକି ବର୍ମା ଗୋରୁମହିଷାଣୀ ଲୁହାଖଣିକୁ କାମ କରିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଗୋଟିଏ ୫ ବର୍ଷର ଝିଅ ଓ ଗୋଟିଏ ୩ ମାସର ପୁଅ ଅଛି । ସେ ପରିବାର ଭରଣ ପୋଷଣ କରୁଥିଲେ । ଏଣୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହେଉଛି । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର