କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ କାଛୁପଡ଼ା ଗ୍ରାମର ବୃନ୍ଦାବନ ମହାନ୍ତ ନିଜର ପୁରୁଣା ଘରର କାନ୍ଥ ଭାଙ୍ଗୁ ଥିବାବେଳେ ଅଘଟଣ ଘଟିଛି l କାନ୍ଥ ପଡି ଯିବାରୁ ବୃନ୍ଦାବନଙ୍କ ସମେତ ତିନି ଜଣ ଗୁରୁତର ହୋଇଥିଲେ l ତିନି ଜଣଙ୍କୁ ପ୍ରଥମେ ଲହୁଣୀପଡ଼ା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା ଅଣା ଯାଇଥିଲା l ଡାକ୍ତର ବୃନ୍ଦାବନଙ୍କୁ ମୃତ ଘୋଷଣା କରିଛନ୍ତି l ଅନ୍ୟ ଦୁଇ ଜଣକ ଚିକିତ୍ସା ଚାଲିଛି l ଫୁଲଝର ଅଂଚଳରୁ କେତେକ ଶ୍ରମିକଙ୍କୁ ଆଣି ବୃନ୍ଦାବନ ପୁରୁଣା କାନ୍ଥ ଭାଙ୍ଗୁ ଥିଲେ l ହଠାତ ଭଙ୍ଗା କାନ୍ଥଟି ବୃନ୍ଦାବନଙ୍କ ଉପରେ ପଡି ଯାଇ ଥିବା ବେଳେ ଅନ୍ୟ ଦୁଇ ଶ୍ରମିକ ମଧ୍ୟ୍ୟ ଗୁରୁତର ଭାବେ ଆହତ ହୋଇ ଥିଲ l ଲହୁଣୀପଡା ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର