ତେଲକୋଇ: ତେଲକୋଇ ଥାନା ଶିବନାରାୟଣପୁରଗୋଡା ଗ୍ରାମ ପୁଟୁଘର ନାଳରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ମଧୁ ମୁଣ୍ଡା ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକମାନେ ଆଜି ସକାଳେ ଶିବନାରାୟଣପୁରଗୋଡା ଗ୍ରାମ ବାଲିସାହିର ମଧୁ ମୁଣ୍ଡା(୪୦)ନାମକ ଜଣେ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ପାରିପାର୍ଶ୍ବିକ ଅବସ୍ଥାରୁ ଯୁବକ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ଲୋକମାନେ ଆଶା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/shameful-man-dies-of-hunger-in-jharkhand-officials-cover-up-by-saying-he-died-due-to-illness-1532682875-725x725-1560013752.jpg)