ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ମହୁଲ ପୁଟ ଗ୍ରାମରେ ସାପ କାମୁଡ଼ାରେ ଜଣକର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ମହୁଳପୁଟ ଗ୍ରାମର ଲବ ଖିଲ(୩୯) ଏବଂ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ଲବକୁ ସାପ କାମୁଡି ଦେଇଥିଲା।ପରିବାର ଲୋକେ ରାତି ଦୁଇଟାରେ ମେଡିକାଲ ନେବା ବଦଳରେ ଦେଶୀ ଚିକିତ୍ସା କରିଥିଲେ।
ସକାଳ ହେବାରୁ କୋରକୋଣ୍ଡା ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ଗୁରୁତର ଥିବା କହି ମାଲକାନଗିରି ନେବା ପାଇଁ ପରାମର୍ଶ ଦେଇଥିଲେ।ମାଲକାନଗିରି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଲବର ମୃତ୍ୟୁ ହୋଇଯାଇଥିଲା। ଲବର ଦୁଇଟି ସନ୍ତାନ ରହିଛନ୍ତି। ରୋଜଗାରିଆ କହିଲେ ଲବ ଜଣେ। ଲବର ଅକାଳ ମୃତ୍ୟୁରେ ମହୁଳପୁଟ ଗ୍ରାମରେ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/dead-body-750x369-1.jpg)