ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା: ବଳି ପଡ଼ିଲେ ମଧ୍ୟସ୍ଥି, ଅଭିଯୁକ୍ତ ଫେରାର

ପାଇକସାହି: ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଥାନା ଅଂଚଳରେ ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନା ବଡ଼ଖେତା ଗ୍ରାମରେ ବୁଧବାର ରାତି ଏହି ହତ୍ୟାକାଣ୍ଡ ଘଟଣା ଘଟିଛି।

ଗ୍ରାମର କୁନା ଭୋଇ ଓ ଅଭିଯୁକ୍ତ ଦୁଆରି ଭୋଇଙ୍କ ମଧ୍ୟରେ ଘର ନିର୍ମାଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ବିବାଦ ବହୁ ଦିନରୁ ହୋଇ ଆସୁଥିବା ବେଳେ ବୁଧବାର ରାତି ଉଗ୍ର ରୂପ ନେଇଥିଲା। କୁନା ଓ ଦୁଆରିଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ଗ୍ରାମର ବରଜୁ ପ୍ରଧାନ ସମାଧାନ ପାଇଁ ସେଠାକୁ ପହଂଚିଥିଲେ। ଫଳରେ ରାଗରେ ଉତ୍ତେଜିତ ହୋଇ ଦୁଆରି ଭୋଇ ଘର ଭିତରୁ ଏକ ଛୁରି ଆଣି ବରଜୁଙ୍କୁ ଆକ୍ରମଣ କରିଥିଲା। ହତ୍ୟା ପରେ ଦୁଆରି ଫେରାର ହୋଇଯାଇଛି।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହତ୍ୟାକାଣ୍ଡ ନେଇ ବରଜୁ ପ୍ରଧାନଙ୍କ ସ୍ତ୍ରୀ କୁନି ପ୍ରଧାନ ଅଭିଯୁକ୍ତ ଦୁଆରି ଓ ତା’ର ମା’ ତତୁରି ଭୋଇଙ୍କ ନାଁରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର