ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ମଶାବିରା ଠାରେ ଏକ ସିମେଣ୍ଟ ଖୁଣ୍ଟରେ ଦୁଇଟି ବାଇକ୍ ଆଗପଛ ହୋଇ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ସାଢେ ୬ଟାରେ ବାରପାହାଡ଼ ଗ୍ରାମର ୪ ଜଣ ଯୁବକ ଦୁଇଟି ବାଇକ୍ରେ ଗୁଣ୍ଡିଆଡ଼ିହି ପଟକୁ ଦ୍ରୁତଗତିରେ ଯାଉଥିବା ବେଳେ ମଶାବିରା ପଞ୍ଚାୟତ ଅଫିସର ଅନତି ଦୂରରେ ଥିବା ଏକ ସିମେଣ୍ଟଖୁଣ୍ଟରେ ଏକ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ସୁମନ୍ତ ନାଏକ ନାମକ ଯୁବକର (୧୯)ଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୨ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ଲେଫ୍ରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଚେଦ ପାଇଁ ପଠାଇଥିବା ବେଳେ ଆହତ ଯୁବକ ଦ୍ୱୟଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡ଼ାକ୍ତରଖାନାକୁ ପଠାଇଛି।
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)