ସମ୍ବଲପୁର/ରେଢ଼ାଖୋଲ : ବୁଧବାର ସନ୍ଧ୍ୟାରେ ଚାରମାଳ ଥାନା ସମ୍ମୁଖରେ ଚାଲିଚାଲି ଯାଉଥିବା ଜଣେ ଯୁବକଙ୍କୁ ସମ୍ବଲପୁର ପଟରୁ ଆସୁଥିବା ଏକ କଣ୍ଟେନର(ଏନ୍ଏଲ୍ ୦୧ ଏଡି ୦୭୬୦) ଧକ୍କା ଦେବା ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚାରମାଳ ଥାନା କୁଲିହାବାହାଲି ଗ୍ରାମର ଆନ୍ଥୋନି ଡୁଙ୍ଗଡୁଙ୍ଗ(୩୮)। ଏନେଇ ଚାରମାଳ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ, ଆନ୍ଥୋନି ଚାଲିଚାଲି ରାସ୍ତାପାର୍ କରୁଥିବା ସମୟରେ ସମ୍ବଲପୁର ପଟରୁ ରେଢ଼ାଖୋଲ ଆଡ଼କୁ ଯାଉଥିବା ଏହି କଣ୍ଟେନର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
କଣ୍ଟେନର ଧକ୍କାରେ ଯୁବକ ମୃତ
/sambad/media/post_attachments/wp-content/uploads/2020/12/accident2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)