ନାକଟିଦେଉଳ: ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ଅନ୍ତର୍ଗତ କଞ୍ଚନପୁର ଗ୍ରାମର ଜୟନ୍ତ ପାତ୍ର (୩୦) ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା ଏକ ସ୍କୁଟିରେ (ଓଡି ୧୫ ପି ୬୨୬୪) କୌଣସି କାମରେ ରେଢ଼ାଖୋଲ ଯାଉଥିଲେ। ପେଣ୍ଠବାହାଳ ଲୁହୁରାପଡ଼ା ନିକଟସ୍ଥ ପୋଲଠାରେ ଏହ ଅଜଣା ଗାଡି ଧକ୍କା ଦେଇ ଫେରାର୍ ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ଜୟନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗାଡ଼ି ପଛରେ ବସିଥିବା ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ସୁରେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ନାକଟିଦେଉଳ ଥାନାଧିକାରୀ ଇସ୍ମାଇଲ ଏକ୍କା ଘଟଣାସ୍ଥଳରେ ପହଞ୍ଚି ଜୟନ୍ତଙ୍କ ମୃତ ଦେହ ଜବତ କରି ଶବ ବ୍ୟବଛେଦ ପାଇଁ ରେଢାଖୋଲ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।
ଅଜଣା ଟ୍ରକ୍ ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର
/sambad/media/post_attachments/wp-content/uploads/2020/11/dead-indiatoday.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)