ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା : ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି କ୍ରେଚ୍‌ହଟିଂ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଆନ୍ତ୍ରାମାନ୍ତ୍ରାର ମଣ୍ଟୁ ପାତ୍ର (୨୨)। ସେ ଏକ ଟିଭିଏସ୍‌ ଲୁନା (ଓଡି-୦୯ଜି-୬୮୪୨)ରେ ଯୋଡ଼ାରୁ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଛି । ଏନେଇ ବାମେବାରୀ ଥାନାରେ କେସ୍‌ ନମ୍ବର ୩/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବା ବାମେବାରୀ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ କହିଛନ୍ତି ।

ସମ୍ବନ୍ଧିତ ଖବର