ବୁଲେଟ୍‌-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ 

ଜମନକିରା: ସମ୍ବଲପୁର ଜିଲ୍ଲା ଜମନକିରା ଥାନାଠାରୁ ମାତ୍ର ଅଧ କିମି ଦୂର ଅର୍ଜୁନପାଲି ଛକ ନିକଟରେ ବୁଲେଟ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଲେଟ ଚାଳକ ରୋଶନ ନାୟକ (୨୪)ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଘୋଷରାଗୋଡ଼ା ଗ୍ରାମର ରାଜେଶ ନାୟକଙ୍କ ପୁଅ ରୋସନ୍ (୨୪) ବୁଲେଟ (ଓଡି-୧୫ଏଲ୍‌ -୧୩୩୫)ରେ ଜମନକିରାକୁ ଆସୁଥିଲେ। ଜମନକିରାରୁ ବାଇକ୍ (ଓଡି-୨୮ ଏ-୬୪୨୫)ରେ ରଂଜିତ ଏକ୍କା (୨୮) ତାଙ୍କ ଗାଁ ବାଦିବାହାଳକୁ ଫେରୁଥିଲେ। ଜାତୀୟ ରାଜପଥ ୫୩ର ଅର୍ଜୁନପାଲି ନିକଟରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟ ବୁଲେଟ ଓ ବାଇକକୁ ଜବତ କରିଛି। ୧୦୮ ଆମ୍ବୁଲାନ୍‌ସ ଯୋଗେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁତର ଆହତ ରୋଶନଙ୍କୁ ବୁର୍ଲା ନେବା ବାଟରେ ହିଁ ମୃତ୍ୟୁ ଘଟିଛି। ରବିବାର କୁଚିଣ୍ଡାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର