କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା, ଚାଳକ ମୃତ

ଘୁ.ଉଦୟଗିରି: କଳିଙ୍ଗା ଘାଟିରେ ଆଜି ଅପରାହ୍‌ଣରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ  ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭାର ସୁବ୍ରତ କୁମାର ଦାସ। ପ୍ରାପ୍ତ ସୂଚନାନୁସାରେ ମୃତ ସୁବ୍ରତ ଏବଂ କୋଦଳାର ସୁନୀଲ କୁମାର ଗୌଡ଼ ଟିକାବାଲି ନିଜ ମାଉସୀ ଘରକୁ ଆସିଥିଲେ।  ଅପରାହ୍‌ଣରେ  ବାଇକ (ଓଡି୦୭ଡ଼ବ୍ଲ୍ୟୁ୧୯୦୦) ଯୋଗେ ଫେରୁଥିବା ବେଳେ କଳିଙ୍ଗା ଘାଟି ଅତିକ୍ରମ କରିବାର ମାତ୍ର ୨ କିମି.  ପରେ ଏକ ବୁଲାଣିରେ ଏହା ସ୍ଲିପ ହୋଇଯାଇଥିଲା। ଫଳରେ ବାଇକ ଚଳାଉଥିବା  ସୁବ୍ରତ ଛିଟିକି ଯାଇ ଆଲୁମିନିୟମ ସୁରକ୍ଷା ପାଚେରିରେ ବାଡେଇ ହୋଇ ଯାଇଥିଲେ। ଏଥିରେ ସୁବ୍ରତଙ୍କ ବେକ କଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ସୁବ୍ରତଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ୧୦୮ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା।
ସମ୍ବନ୍ଧିତ ଖବର