ଲରମ୍ଭା: ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଡୁଙ୍ଗୁରି ପାଖରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରେଙ୍ଗାଲଜୁରୀ ଗାଁର ମିତ୍ରଭାନୁ ପୁଟେଲ (୪୮)ଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମିତ୍ରଭାନୁ ବୁଧବାର ବାଇକ୍ ଯୋଗେ ମରାଲ ଗ୍ରାମକୁ ଏକ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ବାଘମୁଣ୍ତ ଡୁଙ୍ଗୁରିପାଖରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ପଡ଼ିଯାଇଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମିତ୍ରଭାନୁଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ବାଇକ୍ ଦୁର୍ଘଟଣାରେ ଜଣେ ମୃତ
/sambad/media/post_attachments/wp-content/uploads/2021/01/dead_body_of_youth_found_on_national_highway_in_lakhimpur_kheri_1584257493-1-750x430-1.jpg)