ପାରାଦ୍ଵୀପ: ପାରାଦ୍ଵୀପ ଚଣ୍ଡିଖୋଲ ଜାତୀୟ ରାଜପଥର ଭୂତମୁଣ୍ଡାଇ ନିକଟସ୍ଥ ଜଗତି ଛକରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ସମୟରେ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଜଗତି ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣାର ସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ମୃତକ ଜଣକ ସ୍ଥାନୀୟ ଜଗତି ଗ୍ରାମର ଟିଟୁ ସ୍ୱାଇଁ ବୋଲି ଜଣାପଡିଛି। ଗ୍ରାମବାସୀଙ୍କ ପକ୍ଷରୁ ଜଗତି ଛକରେ କ୍ଷତି ପୁରଣ ଦାବିରେ ଟାୟାର ଜାଳି ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଲକ୍ ପୁଲିସ୍ ପହଞ୍ଚି ଲୋକ ମାନଙ୍କୁ ବୁଝାଶୁଝା କରୁଛି।
ଟ୍ରକ୍ ସହ ମୁହାଁମୁହିଁ ଧକ୍କାରେ ବାଇକ୍ ଆରୋହୀ ମୃତ, ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2021/02/48a7adbb-d230-438e-ae2f-1ecfe3b1d97d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)