ପାରାଦୀପ : ହାଇଡ୍ରା ଧକ୍କାରେ ସାଇକେଲ ଆରୋହୀ ମୃତ

ପାରାଦୀପ : ଆଜି ସକାଳୁ ଅଠରବାଙ୍କୀର ଅମ୍ବିକା ହାଇସ୍କୁଲ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ବତୀଘର ଗ୍ରାମର ଭୀମ ପରମାଣିକଙ୍କ ୨୧ ବର୍ଷିୟ ସାନ ପୁଅ ମାଣିକ ପରମାଣିକ। ସେ କିଛିଦିନ ହେବ ପାରାଦୀପ ପୋର୍ଟ ଭିତରେ ହେଲପେର ଭାବେ ଏଲ୍.ଏମ୍. ହାତୀ ଆଣ୍ଡ୍ କୋରେ କାର୍ୟ୍ୟ କରୁଥିଲେ। ଆଜି ସକାଳୁ ସେ ସାଇକଲ ଯୋଗେ ଡିଉଟିକୁ ଯାଉଥିବା ସମୟରେ ଏକ ହାଇଡ୍ରା ତାଙ୍କୁ ଧକ୍କାଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଅଠରବାଙ୍କୀ ଫାଣ୍ଡି ଅଧିକାରୀ ଅମୀୟ କୁମାର ବେହେରା ପହଁଛି ତାଙ୍କୁ ସଙ୍ଗେ ସଙ୍ଗେ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର