ବଅଁରପାଳ: ଅନୁଗୁଳ ଜିଲ୍ଳା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ କାଲଟାକ୍ସ ଛକଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଅନୁସାରେ ଅନୁଗୋଳ ଜିଲ୍ଲା କଲେଜ ଛକ ଅଞ୍ଚଳର ଲିଲି ଦାସ(୩୦) ନାମକ ମହିଳା ତାଙ୍କ ସ୍ଵାମୀ ଓ ଛୋଟ ଛୁଆଙ୍କୁ ଧରି ନିଜ ଭଉଣୀ ଘର ନାଲକୋ କାଣ୍ଡସରଙ୍କୁ ଯାଉଥିବା ବେଳେ ତୁରଙ୍ଗ ଗ୍ରାମ କାଲଟାକ୍ସ ଛକ ନିକଟରେ ସ୍କୁଟିଟି ଠିଆ ହୋଇଥିବା ବେଳେ ପଛପଟୁ ଓଡି ୩୫ଡି-୦୫୬୯ ନାମକ ଏକ ୧୪ ଚକିଆ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା, ଯାହା ଫଳରେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ଦାସ(୩୫) ଓ ଛୋଟ ପୁଅ ରୋନିତ୍ ଦାସ (୪)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅନୁଗୋଳ ପୁଲିସ ପହଁଚି ତଦନ୍ତ ଆରମ୍ବ କରିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ଡ୍ରାଇଭରକୁ କାବୁ କରି ଅନୁଗୋଳ ପୁଲିସ ଜିମାରେ ଦେଇଛନ୍ତି। ଅନୁଗୋଳ ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ସ୍କୁଟି ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ: ଜଣେ ମୃତ ଓ ଦୁଇ ଗୁରୁତର, ଡ୍ରାଇଭର ଅଟକ
/sambad/media/post_attachments/wp-content/uploads/2021/11/a2a7987e-743a-49c5-bb55-0e721546841b.jpg)