ଟ୍ରକ ତଳେ ଚାପି ହୋଇ ଜଣେ ମୃତ

ସମ୍ବଲପୁର: ଅଇଁଠାପାଲି ଥାନା ଅଧୀନ ଅଇଁଠାପାଲି ଛକ ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଟ୍ରକ ପଛ ଚକା ତଳେ ଚାପି ହୋଇ ଯିବାରୁ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହୀରାକୁଦ ସେଣ୍ଟ୍ରାଲ ଷ୍ଟୋର ଛକ ଅଞ୍ଚଳର ନାଗେଶ୍ଵର ରାଓ ବୋଲି ଜଣା ପଡିଛି। ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ(ଡବ୍ଲୁବି ୨୩ ଡି ୪୦୦୩)କୁ ଜବତ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ୩୦ ସମୟରେ ନାଗେଶ୍ଵର ତାଙ୍କ ବାଇକ୍(ଓଆର୍ ୧୫ କ୍ୟୁ ୧୯୦୫)ରେ ହୀରାକୁଦରୁ ଅଇଁଠାପାଲି ପାର୍ଶ୍ଵକୁ ଆସୁଥିଲେ। ଅଇଁଠାପାଲି ଛକ ନିକଟରେ ପଡିଯିବାରୁ ବୁର୍ଲା ପାର୍ଶ୍ଵରୁ ଆସୁଥିବା ଟ୍ରକର ପଛ ଚକା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନାଗେଶ୍ଵରଙ୍କ ଶରୀରକୁ ଉଦ୍ଧାର କରି ବୁର୍ଲା ପଠାଇଥିଲା।

ସମ୍ବନ୍ଧିତ ଖବର