ଏନଏଚ୍-୨୬ରେ ଦୁର୍ଘଟଣା, ଗଛକୁ ପିଟିଲା କାର, ୧ ମୃତ

ଦେଓଗାଁ,: ବରଗଡ଼-ବୋରିଗୁମା ଜାତୀୟ ରାଜପଥ ନଂ୨୬ ବଲାଙ୍ଗୀର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗୁରୁବାର ଅପରାହ୍ନ ୫ଟାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବଲାଙ୍ଗୀର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ସୁଇଫ୍ଟ କାର ଏକ ତେନ୍ତୁଳି ଗଛରେ ପିଟିହେବାରୁ ଗାଡ଼ିଟି ଚୁରମାର ହୋଇଯାଇଛି । ଗାଡ଼ିରେ ଥିବା ଲୋକଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଜଣାପଡିଛି । ମୃତ୍ୟୁବରଣ କରିଥିବା ଲୋକଙ୍କର ପରିଚୟ ଜଣାପଡି ନାହିଁ ବୋଲି ପୁଲିସ କହୁଥିବା ବେଳେ ସ୍ଥାନୀୟ ଲୋକେ ସଇଁତଲା ଥାନା ର ଲାଚୁଟ ଗାଁର ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର