ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ନୂଆବସାଣ ନିକଟରେ ଗୁରୁବାର ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ନିର୍ମାଣ କାମରେ ନିୟୋଜିତ ଏକ ଟ୍ରାକ୍ଟରକୁ ପଛପଟରୁ କୁସୁମବଂଧ ଫଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିକର୍ତ୍ତନ ଗିରିବନ (୪୫) ଧକ୍କା ଦେଇଥିଲେ। ଟ୍ରାକ୍ଟର ଧକ୍କା ଦେବା ପରେ ବିକର୍ତ୍ତନ ଆହତ ହୋଇଥିଲେ। ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିକର୍ତ୍ତନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ଶ୍ରୀ ଗିରିବନ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ। ନିଜ ଘରୁ ବାରିପଦା ୟୁନିଫର୍ମରେ ଅଫିସକୁ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଦୀର୍ଘ ସମୟ ଧରି ଛଟପଟ ହେଉଥିବା ବେଳେ ନିଜ ଏକ ସ୍କୋର୍ପିଓ ଗାଡିରେ ବାଙ୍ଗିରିପୋଷିର କାଳୁ ଲେଙ୍କା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନେଇ ସାହାଯ୍ୟର ହାତ ବଢାଇ ଥିଲେ। ଦୁର୍ଘଟଣା ପରେ ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର