ଯାଜପୁର: ତାମିଲନାଡୁରୁ ଆଜି ସକାଳୁ ଘରକୁ ଫେରିଥିବା ଜଣେ ଯୁବକଙ୍କୁ ଏକ ଆଖୁବୋଝେଇ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଚିନ୍ମୟ ମଲ୍ଲିକ (୨୨)। ସେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନାର ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଢ଼ିହ ଗ୍ରାମର ଗୟାଧର ମଲିକଙ୍କ ପୁଅ। ଚିନ୍ମୟ ଆଜି ପୂର୍ବାହ୍ନରେ ନିଜର ଜଣେ ସଂପର୍କୀୟ ପୁତୁରାଙ୍କ ସହିତ ବନ୍ଧୁ ଘରକୁ ଯାଇଥିଲେ ଏବଂ ଫେରିବା ବାଟରେ ଅପରାହ୍ନ ପ୍ରାୟ ୪ଟାରେ ତାଙ୍କୁ ବରୀ ଥାନା ଅନ୍ତର୍ଗତ ବାଲିଆପାଳ ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ଆଖୁ ବୋଝେଇ ଦ୍ରୁତଗାମୀ ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଚିନ୍ମୟଙ୍କ ମୃତ୍ୟୁ ପରେ ଟ୍ରକ୍ ଚାଳକ ଟ୍ରକ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/01/ea40114a-941a-49e5-83e5-00e696b78148-1024x576.jpg)
ସୂଚନା ଅନୁସାରେ ବନ୍ଧଢ଼ିହ ଗ୍ରାମର ଗୟାଧର ମଲିକଙ୍କ ପୁଅ ଚିନ୍ମୟ ମଲିକ ନୂଆବର୍ଷ ପାଇଁ ଆଜି ସକାଳୁ ଘରେ ପହଞ୍ଚି ଥିଲେ। ସେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍ରୁ ଓହ୍ଲାଇବା ପରେ ନିଜ ଗାଁକୁ ଯାଇଥିଲେ। ଘରେ କିଛି ଘଣ୍ଟା ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବା ପରେ ସକାଳ ଜଳଖିଆ ଖାଇ ସାରି ନିଜର ଏକ ବନ୍ଧୁ ଘରକୁ ବାହାରିଥିଲେ। ତାଙ୍କ ସହ ବାଇକରେ ସଂପର୍କୀୟ ପୁତୁରା ବଣ୍ଟି ମଲିକ(୨୧) ମଧ୍ୟ ଯାଇଥିଲେ।
ଘରକୁ ଫେରୁଥିବା ବେଳେ ବାଲିଆପାଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଓଆର ୦୯ଇ୦୭୪୬) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଚିନ୍ମୟଙ୍କ ମୃତ୍ୟୁ ଘଟିଥିବା ବେଳେ ବଣ୍ଟି ଆହତ ହୋଇଥିଲେ। ତେବେ ଦୁର୍ଘଟଣା ପରେ ବାଇକଟି ଭାରସାମ୍ୟ ହରାଇ ଏକ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ଜଣେ ସାଇକେଲ ଆରୋହୀ ମଧ୍ୟ ଆହତ ହୋଇଥିଲେ। ଆହତ ସାଇକେଲ ଆରୋହୀ ଭଅଁରା ଗ୍ରାମର ଜଗନ୍ନାଥ ପାଢୀ(୫୫) ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/44e47eac-1042-4ac6-8c81-0a87c226a67f.jpg)