ବୋଲେରୋ ଧକ୍କାରେ ବାଇକ ଆରୋହୀ ମୃତ, ଦୁର୍ଘଟଣା ଘଟାଇ ଏଇ ଓ ଜେଇ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଶଗଡା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏକ ବାଇକକୁ ବୋଲେରୋ ଧକ୍କା ଦେଇଥିଲା। ଫଳରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥୁଆମୂଳ ରାମପୁର ବ୍ଲକର ଏଇ ଏବଂ ଜେଇ ଗୁରୁତରଙ୍କୁ ଡାକ୍ତରଖାନା ନେବା ପରିବର୍ତେ ଘଟଣାସ୍ଥଳରୁ ଫେରାର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ ଯେ, ଗତକାଲି ଜୁନାଗଡ଼ ବ୍ଲକ ଉପରଦୁଣ୍ଡା ଗ୍ରାମର ଜାମ୍ବ ମାଝୀ(୩୫) ଭବାନୀପାଟଣାରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ବିପରୀତ ଦିଗରୁ ଥୁଆମୂଳ ରାମପୁର ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଯନ୍ତ୍ରୀ ଏକ ବୋଲେରୋ ରେ ଭବାନୀପାଟଣା ଅଭିମୁଖେ ଆସୁଥିଲେ। ଶଗଡା ଅଞ୍ଚଳରେ ବୋଲେରୋ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହି ଜାମ୍ବ ମାଝୀ ଗୁରୁତର ଭାବେ ଛିଟିକି ପଡ଼ିଥିଲେ ଯ ଦୁର୍ଘଟଣା ଘଟାଇ ଥୁଆମୂଳ ରାମପୁର ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଯନ୍ତ୍ରୀ ଜାମ୍ବ ମାଝୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ସେଠାରେ ଛାଡି ଦେଇ ଦୁହେଁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ଦୁର୍ଘଟଣାର ଦେଢ଼ଘଣ୍ଟା ପରେ ଅଞ୍ଚଳର ଲୋକ ଜାଣି ପାରି ୧୦୮ ଆମ୍ବୁଲାନ୍‌ସକୁ ଡାକି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ଯ ପରେ କିଛି ସିପିଆଇର ସଦସ୍ୟମାନେ ଯାଇ ଗୁରୁତର ବ୍ୟକ୍ତଙ୍କୁ ସାହାଯ୍ୟ କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜାମ୍ବ ମାଝୀଙ୍କ ମୃତ୍ୟୁ ହୋଇଥିଲା। ପରେ ଜାମ୍ବ ମାଝୀଙ୍କ ପରିବାରକୁ ଖବର ଦେବା ଆସି ସଦରଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଡାକ୍ତରଖାନା ଆସି ଶବକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ।

ଆଜି ଶବ ନେବା ପାଇଁ ଗାଡି ନ ଦେବା ଓ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ନ ଦେବା ଫଳରେ ସିପିଆଇ ପକ୍ଷରୁ ପୁରୁଣାପଡା ଛକ ନିକଟରେ ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପରେ ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ହଟିଥିଲେ। ମୃତ ଜାମ୍ବ ମାଝୀ ଜଣେ ରାଜମିସ୍ତ୍ରୀ ଭାବେ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ୨ ଝିଅ ଓ ଜଣେ ପୁଅ ଥିବା ବେଳେ ଜଣେ ଅନ୍ଧୁଣି ବିଧବା ବୃଦ୍ଧା ମାଁ ଓ ସ୍ତ୍ରୀ ଅଛନ୍ତି ଯ ଜାମ୍ବଙ୍କ ମୃତ୍ୟୁ ପରେ ଏବେ କିଏ ପରିବାର ପ୍ରତିପୋଷଣ କରିବ ସେ ଚିନ୍ତାରେ ପରିବାର ଲୋକେ। ତୁରନ୍ତ ସରକାରୀ ସହାୟତା ଓ ଦୁର୍ଘଟଣା ଘଟାଇଥିବା ଲୋକଙ୍କୁ ଗିରଫ କରି ତାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ସିପିଆଇ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର