ମିସ୍କଚର ମେସିନ ଟ୍ରକ୍ ଚକତଳେ ଚାପି ହୋଇ ଜଣଙ୍କ ଜୀବନ ଗଲା

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଆମ୍ବଗୋଭା ଠାରେ ଏଲଗାରୁ ରାଏବାହାଲକୁ ସଂଯୋଗ କରୁଥିବା ରାସ୍ତା କାମ ଜେକେ କଷ୍ଟ୍ରକସନ୍ ନାମକ ଏକ ସଂସ୍ଥା କାମ କରୁଥିବା ବେଳେ ଆଜି ଜଣେ ମିସ୍କଚର ମେସିନ ଟ୍ରକ(ଏଆର୍ ୦୬ ଏ ୩୦୯୪)ର ଚକତଳେ ଚାପିହୋଇ ଯାଇଥିଲେ । ମୃତକଙ୍କ ନାମ ମନୋଜ ପ୍ରଧାନ (୩୫) ବୋଲି ଜଣାପଡିଛି ।

କୁତ୍ରା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ନେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଉତ୍ତେଜିତ ଲେକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଥିଲେ । ପରେ ପୁଲିସ ବୁଝାସୁଝା ପରେ ଲୋକେ ଶାନ୍ତ ପଡିଥିଲେ ।

ସମ୍ବନ୍ଧିତ ଖବର