ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାପୁର ପଞ୍ଚାୟତ ବାଗବାହାଲ ଗାଁ ନିକଟରେ ବାଇକ୍ ଦୁର୍ଘଟଣାରେ ମାକରବିର୍ଲି ଗାଁର ଚିତ୍ରୁ ମାଝୀ (୨୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗାଁର ବୈଷ୍ଣବ ମାଝୀ (୨୭) ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ଣରେ ଚିତ୍ରୁ ଓ ବୈଷ୍ଣବ ଏକ ବାଇକ (ସିଜି ୧୧ ବିବି ୮୯୨୧)ରେ କେଶରାଜପୁର ଚିତ୍ରୁଙ୍କ ଭିଣୋଇଙ୍କ ଘରକୁ ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ ବାଗବାହାଲ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡ଼ି ଯାଇଥିଲେ। ବୋଡ଼େନ ଥାନା ପୁଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୋଡ଼େନ ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଚିତ୍ରୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବୈଷ୍ଣବ ଚିକିତ୍ସାଧୀନ ଥିବା ଜଣାଯାଇଛି। ବୋଡ଼େନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ, ଜଣେ ଆହତ
/sambad/media/post_attachments/wp-content/uploads/2023/08/accident-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)