ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ରାଜେନ୍ଦ୍ର ଭୋଇ (୩୨) ଚାନ୍ଦୋତରାରୁ କାମ ସାରି ମଙ୍ଗଳବାର ରାତିରେ ଚାଲିଚାଲି ଘରକୁ ଫେରୁଥିଲେ। କୁରସୁଡ଼-ତୁରୁକାଭଟା ମଧ୍ୟରେ ଥିବା ପୋଲ ନିକଟରେ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଛି।
ଆଜି ଭୋର୍ରେ ସିନ୍ଧେକେଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ରାଜେନ୍ଦ୍ରଙ୍କ ଅକାଳ ମୃତ୍ୟୁ ପରେ ଦୁଇ ଶିଶୁ ଓ ସ୍ତ୍ରୀ ଏବେ ବେସାହାରା ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/accident.jpg)