ଅଜଣା ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ, ଉତ୍ତେଜିତ ଲୋକଙ୍କ ରାସ୍ତା ଅବରୋଧ

ଅନୁଗୁଳ: ଆଜି ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଜଣେ ଯୁବକ ବାଇକ୍‌ (ଓଡ଼ି ୦୯ ଜେ ୮୬୫୫)ରେ ଆଜି ଦିନ ୨ଟା ବେଳେ ବହ୍ଲର ଛକ ପାଖରୁ ତାଳଚେର ଆଡ଼କୁ ଆସୁଥିଲେ। ଏହି ସମୟରେ ଉକ୍ତ ବାଇକ ଚାଳକ ଭାରସାମ୍ୟ ହରାଇ ପବିତ୍ର ମୋହନ ଛକ ନିକଟରେ ହଠାତ ପଡ଼ି ଯାଇଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉକ୍ତ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ସମ୍ବନ୍ଧିତ ଖବର