ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଗୋଟିଯୋଡି ଗ୍ରାମରେ କାର ଏବଂ ମଟର ସାଇକେଲ ମଧ୍ୟରେ ଦୁର୍ଘଟଣା ହେବା ଫଳରେ ମଟର ସାଇକେଲ ଆରୋହୀର ମୃତ୍ୟୁ ହୋଇଯାଇଛି।ଯାହାଫଳରେ ଲୋକେ ଜାତୀୟ ରାଜପଥ ୩୨୬କୁ ଅବରୋଧ କରି କ୍ଷତିପୂରଣ ପାଇଁ ଦାବି କରିଥିଲେ। ଘଟଣା ଅନୁଯାୟୀ ଗତକାଲି ରାତିରେ ଭାଲୁଗୁଡା ଗ୍ରାମର ଗୁରୁ ହନ୍ତାଳ(୪୫) ପାଣ୍ଡ୍ରିପାଣି ଗ୍ରାମକୁ କୌଣସି କାମ ଉଦେଶ୍ୟରେ ଆସି ନିଜ ଘରକୁ ଫେରୁଥିବା ବେଳେ ଅପର ପଟେ ମାଲକାନଗିରି ବାସିନ୍ଦା ଜନୈକ ବ୍ୟକ୍ତି ନିଜ କାରରେ ଆସୁଥିବା ସମୟରେ ଗୋଟିଯୋଡି ନିକଟରେ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ଗୁରୁ ହନ୍ତାଳ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ କୋରାପୁଟ ମେଡିକାଲ ନେବା ପରେ ସେଠାରୁ ବିଶାଖାପାଟଣମ୍ ମେଡିକାଲ ନେବାକୁ ଡାକ୍ତର ପରାମର୍ଶ ଦେବାରୁ ବିଶାଖାପାଟଣମ୍ ଯାଉଥିବା ସମୟରେ ତାଂକର ମୃତ୍ୟୁ ହୋଇଯାଇଥିଲା। ଆଜି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ମୁଖ୍ୟ ରାଜରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଲୋକେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ସଫା ସଫା କହିଥିଲେ। ତେବେ ପୁଲିସ ଏବଂ ପ୍ରଶାସନ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଏବଂ ମୃତ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା କରାଯାଉଥିବା ନେଇ ପ୍ରଶାସନ କହିଛି।