ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମ ଠାରେ ପାଣି ଟ୍ୟାଙ୍କର ସହ ବାଇକ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ପ୍ରକାରେ ସିନ୍ଧିଗୁଡା ଗ୍ରାମର ବୈଶିଷ୍ଟ ମାଝୀ(୨୦) ଏବଂ ବିଶମ୍ବର ଭତ୍ରା(୧୯) ଏକ ବାଇକ ଯୋଗେ ଅମୂସ ପରବ ପାଳନ କରିବା ପାଇଁ କୁହୁରାକୋଟ ଗ୍ରାମରେ ରହୁଥିବା ମାମୁଁ ଘରକୁ ଯାଉଥିଲେ। ତେବେ ଦେଉଲକଣା ଗ୍ରାମ ହାଟପଦା ନିକଟରେ ରହିଥିବା ପାଣି ଟେଙ୍କର ସହ ଧକ୍କା ହୋଇଥିଲା।ଫଳରେ ଘଟଣାସ୍ଥଳରେ ବୈଶିଷ୍ଟ ମାଝୀଙ୍କ ମୃତ୍ୟୁ ହୋଇ ଥିବା ବେଳେ ବିଶମ୍ବର ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଦେଉଲକଣା ଗ୍ରାମର କିଛି ଲୋକ ପରିବାର ଲୋକଙ୍କୁ ଖବର ଦେବା ସହ ଏକ ବେସରକାରୀ ଗାଡ଼ିରେ ଉଭୟଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବିଶମ୍ବର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/accident.jpg)