ଘର ଭିତରକୁ ମାଡ଼ିଗଲା ସ୍କର୍ପିଓ; ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର
ଚାଳକକୁ ଉଦ୍ଧାର ପାଇଁ ଆସିଥିବା ପୁଲିସ ଗାଡ଼ି ଅଟକ
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ୍ରାମୁଣ୍ଡା ଗାଁରେ ଶନିବାର ଘର ଭିତରକୁ ସ୍କର୍ପିଓ (ଓଡି ୦୩ ଏଚ୍ ୧୩୨୩) ମାଡ଼ିଯିବାରୁ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ପୁଅ ସହିତ ବାପା ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ନମିତା ହଂସ (୩୫ବର୍ଷ)। ଆହତ ଦ୍ବୟ ହେଲେ ନରେଶ ହଂସ (୪୫ବର୍ଷ) ଏବଂ ଲଳିତ ହଂସ (୩ ବର୍ଷ)।
Sambad is now on WhatsApp
Join and get latest news updates delivered to you via WhatsApp
ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟେଇଥିବା ଚାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରିବାକୁ ଖଡ଼ିଆଳ ପୁଲିସ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସ ଗାଡ଼ିକୁ ଅଟକ ରଖିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଖଡ଼ିଆଳ ଅତିରିକ୍ତ ତହସିଲଦାର ତପନ ନାୟକ ଓ ଏସ୍ଡିପିଓ ସନ୍ତକ ଜେନା, ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ଜାରିରଖିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତେଜନା ଲାଗିରହିଛି। ଖଡ଼ିଆଳ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଆହତ ନରେଶ ଓ ତାଙ୍କ ପୁଅ ଲଳିତଙ୍କ ଚିକିତ୍ସା କରାଯାଇଛି।