ଲହୁଣିପଡ଼ା (ସୁନ୍ଦରଗଡ଼): ଆଜି ସଂଧ୍ୟା ସମୟରେ ଲହୁଣିପଡ଼ା-କଲେଇପୋଷ ପୂର୍ତବିଭାଗ ରାସ୍ତାର ଟକରା ଗ୍ରାମ ନିକଟରେ ଏକ ହାଇୱା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। କିସାନ ଟାଙ୍ଗରପାଲି ଗ୍ରାମର ସୋମା ମୁଣ୍ତା(୨୨) ନାମକ ଯୁବକ ନିଜର ବାଇକ ଓଆର୍ ୧୪ଭି ୪୪୧୩ ଯୋଗେ ଲହୁଣିପଡ଼ା ଆସୁଥିବାବେଳେ ସମ୍ମୁଖରୁ ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା। ଏଥିରେ ସେ ତଳକୁ ଛିଟିକିପଡ଼ି ଗୁରୁତର ହେବା ସହିତ ଚିକିତ୍ସା ନିମନ୍ତେ ଲହୁଣିପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।
ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)