ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବେଲପଡା ବ୍ଲକ କାନୁଟ ଗ୍ରୀଡ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସର ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ପଟରୁ ଏକ ବାଇକ୍ (ଓଡି ୦୩ ଏଫ୍ ୩୬୯୮) ଯୋଗେ ବେଲପଡ଼ା ବ୍ଲକ ଭତାପଡା ଗ୍ରାମର ରୁଦ୍ର ବାଙ୍କ ପୁଅ କୌତୁକ ବାଗ(୨୫) ନିଜ ଗ୍ରାମ ଭତାପଡାକୁ ଆସୁଥିଲେ। ବାଟରେ ତଅଁଲା ଛକ ନିକଟରେ ଗୋଟିଏ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ସେଠାରେ ବାଇକ୍ ଚାଳକ କୌତୁକ ଗୁରୁତର ଅବସ୍ଥାରେ ପଡିଥିଲେ।
ରାସ୍ତାରେ ଆସୁଥିବା ଲୋକେ ରକ୍ତାକ୍ତ ଅବସ୍ଥାରେ କୌତୁକଙ୍କୁ ପଡିଥିବା ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଘଟଣାସ୍ଥଳରୁ କୌତକଙ୍କୁ ଉଦ୍ଧାର କରାଯାଇ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ କୌତକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/1ff576f6-e817-4799-a9ae-ce87d1ca2ef1.jpg)