ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚୟତ ଅନ୍ତର୍ଗତ କମିରା ରାସ୍ତାରେ ଭରସମ୍ୟ ହରାଇ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟାରେ କମିରା ଗ୍ରାମର ମୁନା ନାଏକ (୩୩) ଖମାରିପଡ଼ା ଗ୍ରାମରୁ ବାଇନିଂ ତାର କିଣି ଫେରୁଥିଲେ। ସେ କମିରା ରାସ୍ତାରେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଶାଳ ଗଛକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ମୁନା ଗୁରୁତର ପଡ଼ିଯାଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକେ ମୁନାଙ୍କ ଅବସ୍ଥଶ ଦେଖି ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଂଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଯୋଗୁଁ ମୁନାଙ୍କର ମୁହଁରେ ଜୋର୍ରେ ଆଘାତ ଲାଗିଥିଲା। ସୂଚନା ମିଳିବା ପରେ ଜହ୍ଜନାପପଙ୍କ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ, ଦୁର୍ଘଟଣାରେ ଯୁବକ ମୃତ
/sambad/media/post_attachments/wp-content/uploads/2019/10/Accident_Bike_Road_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)