ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ପଥୁରୀ ଗ୍ରାମର କାଜଲ ପୁଟୀ (୪୫) ନିଜ ବାଇକ୍ରେ ବାରିପଦାରୁ ସ୍ତ୍ରୀ ଓ ଛୁଆ ସହିତ ଘରକୁ ଫେରୁଥିବା ବେଳେ ଘର ଠାରୁ ମାତ୍ର କିଛି ଦୂରରେ ଏକ ଦୃତଗାମୀ ବାଇକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାଜଲ ସହିତ ଅନ୍ୟ ମୋଟରସାଇକେଲରେ ଥିବା ଦଦରା ଖଇରବଣୀର ତିନି ଜଣ ଯୁବକ ଗୁରୁତର ହୋଇ ଥିଲେ। ସମସ୍ତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପଠା ଯାଇଥିଲେ ମଧ୍ୟ କାଜଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।
ସବୁଦିନ ହେଲମେଣ୍ଟ ପିନ୍ଧୁଥିବା କାଜଲ ଆଜି ବ୍ୟତିକ୍ରମ କରିଥିଲେ। କିଛି ବାଟ ଯାଇ ଥିଲେ ଘରେ ପହଞ୍ଚି ଥାନ୍ତେ। ଘରେ ବିଧବା ମା’ ସହିତ ବିଧବା ପତ୍ନୀ ଓ ଦୁଇ ଛୁଆ ଅଛନ୍ତି। ଏମିତି ଘଟିବ ପଥୁରୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। କାଜଲ ବିଜେଡିର ଜଣେ ସକ୍ରିୟ କର୍ମୀ ଥିଲେ। ତାଙ୍କ ମୃତ୍ୟୁରେ ମନ୍ତ୍ରୀ ସୁଦାମ ମାରାଣ୍ଡି ସହିତ ବିଜେଡି କର୍ମୀ ମାନେ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Accident_Bike_Road_2.jpg)