ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ 

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ (୫୩) । ସେ ଘରୁ ଜଟେସିଂହା ବାଲିଘାଟକୁ ଯାଉଥିବାବେଳେ ବାଗବର ପୋଲ ଉପରେ ସୁବଳୟା ପଟୁ ଆସୁଥିବା ଏକ ବାଇକରେ ମୁହାଁମୁହିଁ ଧକ୍କା ଲାଗିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିଲା ।

ଖବର ପାଇ ଅଗ୍ନିଶମ ବିଭାଗ ଉଭୟ ମୃତ ଓ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଅନ୍ୟ ବାଇକ ଆରୋହୀ ଜଣକ ହେଲେ ରମେଶ ପାତ୍ର( ୩୬)।  ତାଙ୍କ ଘର ଚାରମାଳ ଥାନା ଅନ୍ତର୍ଗତ ଚୁଡାପୁରୁଗର ବୋଲି ଜଣାଯାଇଛି। ଗୁରୁତର ରମେଶ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧାନ ସବ୍ ଇନ୍ସପେକ୍ଟର ସୁଦର୍ଶନ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ବୁଝାସୁଝା କଲାପରେ ରାସ୍ତା ଅବରୋଧ ହଟିଥିଲା ।

ସମ୍ବନ୍ଧିତ ଖବର